ଯୁଗପୁରୁଷ ସନ୍ଥକବି ଭୀମଭୋଇ ଙ୍କୁ ଅପମାନ, ସମଗ୍ର ଓଡ଼ିଆ ଜାତିକୁ ଅପମାନ।

ଯୁଗପୁରୁଷ ସନ୍ଥକବି ଭୀମଭୋଇ ଙ୍କୁ ଅପମାନ, ସମଗ୍ର ଓଡ଼ିଆ ଜାତିକୁ ଅପମାନ।

ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କୁ ମୁଁ ତୀବ୍ର ନିନ୍ଦା କରୁଛି। ବିଶେଷ କରି ସନ୍ଥକବି ସୋନପୁର ଜିଲ୍ଲାର ସୁବଲୟା ଠାରେ ଜନ୍ମ ଗ୍ରହଣ କରି ଖଲିଆପାଲି ଠାରେ ସମାଧିସ୍ଥ ହୋଇଥିଲେ, ଏଣୁ ସେ ଜଣେ ଆମ ଜିଲ୍ଲାର ମହାପୁରୁଷ।
ସନ୍ଥ କବି ଭୀମ ଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତି ଓ ସୁବର୍ଣପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ । ଗରିବ ଘରେ ଜନ୍ମିତ ଭୀମ ଭୋଇ ଜନ୍ମରୁ ଅନ୍ଧ ଥିଲେ । ତାଙ୍କୁ ଦିବ୍ୟଜ୍ଞାନ ମିଳିବା ପରେ ସେ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ, ଯାହା ଆଜିର ଦିନରେ ଓଡିଶା ସମେତ ଅନେକ ରାଜ୍ୟରେ ଧାର୍ମିକ ମାନ୍ୟତା ପାଇପାରିଛି । ମହିମା ଧର୍ମର ଅନୁଗାମୀ ମାନଙ୍କ ପାଇଁ ଭୀମ ଭୋଇ ହେଉଛନ୍ତି ଭଗବାନ ସଦୃଶ।

ମାତ୍ର ଓଡିଶାର ଜଣେ ଲେଖକ କେଦାର ମିଶ୍ର ଓ ତାଙ୍କର ସାଥୀ ଲେଖକ ବେଟେନିଆ ବାଉମେର ତାଙ୍କର ଲିଖିତ ପୁସ୍ତକ ‘ଭୀମ ଭୋଇ ଆଣ୍ଡ ହିଜ୍ ଫିମେଲ୍ କନସର୍ଟସ’ ରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରିଥିବା ମୋର ଦୃଷ୍ଟି ଗୋଚର ହୋଇଛି । ଭୀମ ଭୋଇ ତାଙ୍କ ଯୁବ ସମୟରେ ଜଣେ ଲେଡି କିଲର ଥିଲେ ବୋଲି ଶ୍ରୀ ମିଶ୍ର ନିଜ ପୁସ୍ତକରେ ବର୍ଣ୍ଣନା କରିଥିବା କୁହାଯାଇଛି । ତାଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, ମିଥ୍ୟା ଓ ମହିମା ଧର୍ମକୁ ନୀଚ ଦେଖାଇବା ପାଇଁ ଶ୍ରୀ ମିଶ୍ର ଘୃଣିତ ପ୍ରୟାସ କରିଛନ୍ତି । ଏହା ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଶା ପାଇଁ ଓ ସମଗ୍ର ସନ୍ଥ ସମାଜ ପାଇଁ ଅପମାନ । ଜଣେ ଅନ୍ଧ ସନ୍ନ୍ୟାସଙ୍କ ପ୍ରତି ଏପରି ଅରୁଚିକର ଲେଖା ଆଦୈା ଗ୍ରହଣୀୟ ନୁହେଁ ଓ ନିନ୍ଦନୀୟ। ସନ୍ଥକବିଙ୍କ ରଚିତ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ…..” ପଂକ୍ତିଟି ବିଶ୍ୱାବନ୍ଦିତ ହୋଇ ଜାତିସଂଘ ରେ ସ୍ଥାନିତ ହୋଇଛି।

ଏହା ହିନ୍ଦୁ ଧର୍ମ, ମହିମା ଧର୍ମ, ଭୀମ ଭୋଇ ଓ ସମଗ୍ର ଓଡିଆ ସମାଜ ବିରୋଧରେ ଚାଲିଥିବା ଏକ ଷଡଯନ୍ତ୍ରର ନିଚ୍ଛକ ପ୍ରମାଣ । ବିଭିନ୍ନ ସମୟରେ ବିଦେଶୀ ବେଧର୍ମୀ ସଂସ୍ଥା ଗୁଡିକ ତରଫରୁ ଭାରତୀୟତା ଓ ଭାରତୀୟ ଜାତୀୟତା ବାଦ ବିରୁଦ୍ଧରେ ଷଡଯନ୍ତ୍ର ପୁର୍ବକ ଦେଶର ଓ ରାଜ୍ୟର ବିଭିନ୍ନ ଲେଖକ ଓ କବିମାନଙ୍କୁ ବିଭିନ୍ନ ଆଳ ଦେଖାଇ ପ୍ରଚୁର ଟଙ୍କା ପୁରସ୍କୃତ କରାଯାଏ ଓ ଭାରତୀୟ ସଂସ୍କୃତି ତଥା ଜାତୀୟତାବାଦକୁ ଆଘାତ କରୁଥିବା ଭଳିଆ ଲେଖା, କବିତା ଓ ପୁସ୍ତକ ବାରମ୍ବାର ପ୍ରକାଶିତ କରିବାକୁ ପ୍ରୋତ୍ସାହିତ କରାଯାଏ। ଏହି ଷଡଯନ୍ତ୍ରରେ ବିଦେଶ ସଂସ୍ଥା ବିଶେଷ ଭାବରେ ଭାରତ ବିରୋଧୀ ଶକ୍ତିମାନଙ୍କର ସଂପୃକ୍ତ ରହିଛି କି, ଏହାର ତୁରନ୍ତ ତଦନ୍ତ କରାଯିବାକୁ ମୁଁ ଦୃଢ଼ ଦାବୀ କରୁଛି। ଶ୍ରୀ ମିଶ୍ର ନିଜେ ସୋନପୁର ମାଟିର ଜନ୍ମିତ ସନ୍ତାନ ହୋଇ ମଧ୍ୟ ନିଜ ମାଟିର ଜଣେ ମହାପୁରୁଷ ଙ୍କ ଚରିତ୍ର ପ୍ରତି ଏପରି ଘୃଣିତ ଆଲେଖ୍ୟ ପ୍ରକାଶ କରିବା ନିନ୍ଦନୀୟ ନୁହେଁ କି ?

Spread the love

Bedbak Baladev

I am am practicing advocate. My place of practice is at District & Senss judge Court, Sonepur. For doing seva work I am doing politics. I am a swayam sevak from my childhood. Now associated with Bharatiya Janata Party. I was the district president, state executive body member of BJP. I was elected as a zilla parisad member in the year 2007. Social Work is my hobby.

Leave a Reply