#ସୁବର୍ଣ୍ଣପୁର ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଏକ ଦିବା ସ୍ୱପ୍ନ।

ବର୍ଷାଦିନଆସିଲେମହାନଦୀରେବନ୍ଧବାନ୍ଧିବାକଥା_ମନେପଡ଼େ

 ସ୍ଵାଧୀନତା ପର ଠାରୁ ବହୁ ସରକାର ଆସିଛନ୍ତି ଯାଇଛନ୍ତି, ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ସହିତ ଚାଷୀ ମାନଙ୍କ ପାଇଁ  ଜଳସେଚନ ଆବଶ୍ୟକତା କୁ ନେଇ କିଛି କିଛି ଜଳସେଚନ ପ୍ରକଳ୍ପ କରିଛନ୍ତି ଓ ଆହୁରି  ଅନେକ ଗୁଡ଼ାଏ ନଦୀ ନାଳ ରହିଛି ସେହି ନଦୀନାଳ ମାନଙ୍କରେ  ମଧ୍ୟ ଛୋଟ ଛୋଟ ଆନିକଟ କରାଯାଇ ଜଳସେଚନ ର ସୁବିଧା ତଥା ବନ୍ୟା ନିୟନ୍ତ୍ରଣ କରାଯାଇ ପାରିଥାନ୍ତା,କିନ୍ତୁ ସେଥି ପ୍ରତି ଗୁରୁତ୍ୱ ଦିଆଗଲାନାହିଁ। 
   ୯୦ ଦଶକ ପରେ ଆଉ କୋଣସି ନୂତନ ପ୍ରକଳ୍ପ କରାଯାଇପାରିଲା ନାହିଁ,ଯଦିବି କିଛି ପ୍ରକଳ୍ପ ଆରମ୍ଭ କରାଗଲା ତାହା ରାଜନୈତିକ ପେଷାପଲିରେ ପେଷି ହୋଇ ତାକୁ ସମ୍ପୂର୍ଣ୍ଣ କରାଯାଇପାରିଲା ନାହିଁ ଯାହାକି ଦୁର୍ଭାଗ୍ୟପୂର୍ଣ ଅଟେ। ଯାହାଫଳରେ ଚାଷୀକୂଳ ର ତ ହିତସାଦନ କରାଯାଇ ପାରିଲା ନାହିଁ  କିନ୍ତୁ ପ୍ରତିବର୍ଷ ବନ୍ୟାକୁ  ସାମନ୍ନା କରିବାକୁ ପଡିଲା।
      ବିଗତ କିଛି ବର୍ଷ ହେଲା ଦେଖାଯାଉଛି ମହାନଦୀ ଦ୍ୱାରା ବନ୍ୟା ହେଉନାହିଁ ,ଅନ୍ୟାନ୍ୟ ନଦୀ ନାଳ ପାଇଁ ମଧ୍ୟ ବନ୍ୟା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ପ୍ରଭାବିତ ହୋଉଛନ୍ତି ,ଯାହାକି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଏବେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ଏହିସବୁ ଅଞ୍ଚଳରେ ତ ମହାନଦୀ ନାହିଁ, କିନ୍ତୁ ବର୍ଷା ଦିନ ଆସିଗଲେ ଖାଲି  ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀରେ କିଛି ପ୍ରକଳ୍ପ କଥା କାହିଁକି ଆସେ ଓ ଅନ୍ୟାନ୍ୟ ନଦୀନାଳ ରେ ମଧ୍ୟ ଛୋଟ ଛୋଟ ଆନିକଟ କଥା କାହିଁକି ବିଚାର ଆସେନାହିଁ। ଏହି କଥା ପୂର୍ବରୁ ମଧ୍ୟ ବିଭିନ୍ନ ସରକାର କହିବା ଫଳରେ ବିଶେଷ କରି ସୁବର୍ଣ୍ଣପୁର,ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳ ଶୂନ୍ୟ ଶୁନ୍ୟ ହୋଇ ଚାଲିଲା ଓ ଏହାର ବିକାଶ ହୋଇପାରିନଥିଲା ଏବେ ଏହିସବୁ ଅଞ୍ଚଳ ଆସ୍ତେ ଆସ୍ତେ ଆଗେଇବା ବେଳେ  ପୁଣି ଏହା କହିବା ଫଳରେ ଜନସାଧାରଣ ମନରେ ପୁଣି ଥରେ ଭୟର ବାତାବରଣ ସୃଷ୍ଟି କରୁଛି। 
ଠିକ ଅଛି ଏବେ ଏହାକୁ ଯଦି ସରକାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ତାହାହେଲେ ଖୋଲା ହୃଦୟରେ  ଏହାକୁ ଜନସାଧାରଣ ଙ୍କ ଆଗରେ ତାର ପ୍ରକୃତ ତଥ୍ୟ ରଖିବାକୁ ହେବ।ଏହାକରାଗଲେ କୋଣସି ଜଣେ ମଧ୍ୟ  ବିସ୍ଥାପିତ ହେବେ ନାହିଁ ବୋଲି  ଜନସାଧାରଣ ମନରେ ଦୃଢ ବିଶ୍ବାସ ଆଣିବାକୁ ହେବ ଓ ଏହାକୁକରାଗଲେ କୃଷିଶିଳ୍ପ ,ପର୍ଯ୍ୟଟନ ଶିଳ୍ପ ର ବିକାଶରେ ସହାୟକ ହେବ ବୋଲି ବିଶ୍ୱାସ ଆଣିବାକୁ ହେବ ଓ ସେଥିପାଇଁ ଏହାସହିତ ପର୍ଯ୍ୟଟନ ଶିଳ୍ପ ର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ କୁ ମଧ୍ୟ ଏକା ସାଙ୍ଗରେ ହାତକୁ ନେବାକୁ ହେବ।
   ଏହାବ୍ୟତୀତ,ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କୃଷକ ଙ୍କ କଲ୍ୟାଣପାଇଁ ଉକ୍ତ  ଅଞ୍ଚଳର ବହୁଦିନରୁ ଶୀତଳ ଭଣ୍ଡାର ରେ ରହିଯାଇଥିବା ତେଲନଦୀ ଉପରେ ତରଭା ବ୍ଲକର ମାଣିକପୁର ଠାରେ ପ୍ରସ୍ତାବିତ ଥିବା ଓ ବିରମହାରାଜପୁର ବ୍ଲକର ସୁରୁବାଲିଜୋର ଏବଂ ହରିହର ଜୋରର ବାମ ପାର୍ଶ୍ଵ କେନାଲ କାର୍ଯ୍ୟ ମଧ୍ଯ ହାତକୁ ନେବାକୁ ହେବ। ଏହି ନଦୀ ନାଳ ର ବର୍ଷା ଦିନର ପାଣି ସବୁ ମଧ୍ୟ ଏହାଦ୍ୱାରା ବ୍ୟବହାର ହୋଇପାରିବ।
      ଉକ୍ତ ପ୍ରକଳ୍ପ ସବୁକୁ ବାଦ ଦେଇ ଯଦି ଖାଲି ମହାନଦୀରେ ହୀରାକୁଦ ଜଳଭଣ୍ଡାର ତଳରେ କିଛି ପ୍ରକଳ୍ପ ଚିନ୍ତା କରାଯିବ ତାହାହେଲେ ଜନସାଧାରଣ ମନରେ ବିଶ୍ୱାସ ଜନ୍ମାଇବା ସହଜ ହେବ ନାହିଁ।ଏହା ପୂର୍ବରୁ ଯୋଉ ସବୁ ସରକାର ଏହି ପ୍ରକଳ୍ପ ସବୁ କରିବାକୁ ଚେଷ୍ଟା କରିଥିଲେ  ଉପକୂଳ ଓଡିଶାର ଜନସାଧାରଣ ଙ୍କ ହିତ ସାଧନ ପାଇଁ ତାହା ବଳବତ୍ତର ଅଛି ସେହି ପୁରୁଣା ଏଜେଣ୍ଡା ବୋଲି  ମନରେ ଭାବନା ଆସିବା ସ୍ୱାଭାବିକ ଅଟେ।
       ଅତଏବ ,ଉପରୋକ୍ତ ବିଷୟକୁ ଧ୍ୟାନ ପୂର୍ବକ ନେଇ ଯଦି କାର୍ଯ୍ୟକ୍ରମ ସବୁ ହାତକୁ ନେଇ ଆରମ୍ଭ କରାଯାଏ ତାହାହେଲେ ସମଗ୍ର ରାଜ୍ୟର ବିକାଶର ସହାୟକ ହେବ ଓ ପ୍ରକଳ୍ପ ପାଇଁ ବାଦ ବିବାଦ ସୃଷ୍ଟି ହେବ ନାହିଁ।ଏହା ଆମ ଅଞ୍ଚଳ ର ବୁଦ୍ଧିଜିବୀ ଓ ଜନସାଧାରଣ ଆଶା ଓ ବିଶ୍ୱାସ।
Spread the love

Bedbak Baladev

I am am practicing advocate. My place of practice is at District & Senss judge Court, Sonepur. For doing seva work I am doing politics. I am a swayam sevak from my childhood. Now associated with Bharatiya Janata Party. I was the district president, state executive body member of BJP. I was elected as a zilla parisad member in the year 2007. Social Work is my hobby.

Leave a Reply