ସରକାରୀ ସ୍କୁଲ ଓ ଫୋନରେ ପାଠପଢା

ସରକାରୀବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁଫୋନ ମାଧ୍ୟମରେ ପାଠପଢା ବାସ୍ତ୍ବବତା।

ଏବେ ସାରା ବିଶ୍ୱ କରୋନା-କୋଭିଡ ୧୯ବହୁ ମାତ୍ରାରେ ପ୍ରଭାବିତ ହୋଇପଡିଛି  ,ଯାହାଫଳରେ ଜନସାଧାରଣ ଙ୍କ ଦୈନନ୍ଦିନ ଜୀବନ ଯାପନ ଦୁର୍ବିସହ ହୋଇ ପଡିଛି  ଓ ସମ୍ପୂର୍ଣ୍ଣ ବିଶ୍ୱ ଲକଡାଉନ ଓ ସର୍ଟଡାଉନ ଫଳରେ  ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।
  ଏହିପରିପେକ୍ଷିରେ ଓଡ଼ିଶା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି।ଯାହାଫଳରେ ମାର୍ଚ୍ଚ ମାସ ଠାରୁ ବିଦ୍ୟାଳୟ ସବୁ ବନ୍ଦରହିଛି,ଯଦ୍ୱାରା  ଛାତ୍ରଛାତ୍ରୀ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଓ ତାଙ୍କ ଭବିଷ୍ୟତ ନେଇ ସନ୍ଧିହାନୀ ହୋଇ ଚିନ୍ତିତ ଅବସ୍ଥାରେ ଅଛନ୍ତି।ଏହି ସମୟରେ ଓଡ଼ିଶା ସରକାର ଏକ ଅଭିନବ ପ୍ରୟାସ ଆରମ୍ଭକରି ଦେଇଛନ୍ତି ,ତାହାହେଉଛି ଫୋନ ହ୍ଵାଟସେପ୍ ମାଧ୍ୟମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ,ନିଶ୍ଚୟ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହାର ବାସ୍ତବିକତା କେତେ ଏହାକୁ ମଧ୍ୟ ବିଚାରକୁ ନେବାକୁ ହେବ ।ଆମର ୫୬ ହଜାର ରୁ ଅଧିକ ହେବ ସରକାରୀ ପ୍ରାଥମିକ  ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୦ହଜାରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥିଲେ  ଯୋଉ ପରିବାରର  ଯାହାଙ୍କର ସାମାଜିକ ଅବସ୍ଥା ଏତେ ସୁଦୃଢ଼ ନୁହେଁ। ।ସେଥିପାଇଁ ତାଙ୍କର ପଢିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି।
       ଏବେ ଦେଖାଯାଉଛି ସରକାରୀ ବିଦ୍ୟାଳୟ ମାନଙ୍କରେ  ଆଉ ଥିଲାବାଲା ଲୋକଙ୍କ ପିଲା ପଢିବାକୁ ଆସୁନାହାନ୍ତି, ପ୍ରାୟତଃ ଛୋଟ ଛୋଟ ଚାଷୀ, ନାମମାତ୍ରଚାଷୀ,ଶ୍ରମିକ ଓ ବିପିଏଲ ପରିବାରର ପିଲା ଅଧ୍ୟୟନ କରୁଛନ୍ତି ,ସେଥିମଧ୍ୟରୁ ପ୍ରାୟତଃ ଅଧିକାଂଶ ଅବିଭାବକ ଶିକ୍ଷିତ ନୁହଁନ୍ତି। ଏବେ ଏହିମହାମାରି ବଢି ବଢି ଚାଲିବା ଫଳରେ ତାଙ୍କର ଦୁର୍ଦ୍ଦଶା ଆହୁରି ସାଙ୍ଘାତିକ ଅବସ୍ଥା ଆସିଯାଇଛି ଓ ପ୍ରାୟତଃ ସମସ୍ତେ ରୋଜଗାର ହରାଇଛନ୍ତି।ସେଥିପାଇଁ ରାଜ୍ୟର ୭୫% ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ନଭେମ୍ବର ମାସ ପର୍ଯ୍ୟନ୍ତ ଯୋଗାଇବା ପାଇଁ  ବ୍ୟବସ୍ଥା ଆରମ୍ଭ  ହୋଇସାରିଛି ,ଯାହାର ଅବସ୍ଥା ଏହିଭଳିଆ ତ ଉକ୍ତ ପରିବାରର ପିଲାମାନେ ହିଁ ଏବେ ସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ।ଏହିଭଳିଆ ପରିବାର ପାଖରେ ଆମେ ଫୋନ ଆଶା କରିବା ପୁଣି ତାହା ଏଣ୍ଡ୍ରୋଏଡ଼ ସେଟ  ଯାହାକି ତାଙ୍କ ପାଇଁ ସ୍ୱପ୍ନ ଅଟେ।ଆମେ କହିବା କିଛି କିଛି ଲୋକ ମାନଙ୍କ ପାଖରେ ରହିଥାଇପାରେ କିନ୍ତୁ ଏହାର ମାତ୍ରା ଅତି ନଗଣ୍ୟ ଅଟେ ଓ ଉକ୍ତ ମାଧ୍ୟମରେ  ପାଠ ପଢିବା ଏତେ ସହଜ ନୁହେଁ।
ସବୁଠାରୁ  ଆଉ ଗୋଟାଏ ମୁଖ୍ୟ ପ୍ରସଙ୍ଗ ହେବ ଆମ ରାଜ୍ୟରେ ଏବେ ମଧ୍ୟ ବହୁତ ଗୁଡାଏ ଗ୍ରାମକୁ ବିଜୁଳି ପହଞ୍ଚି ପାରିନାହିଁ ଓ ଏମିତି ମଧ୍ୟ ବହୁ ଗ୍ରାମ  ଅତି ଦୁର୍ଗମ ସହିତ ପାହାଡ଼ ପର୍ବତ ମଧ୍ୟରେ ଘେରିରହିଛି  ,ପୁଣି  ନେଟ କଥା ନକହିବା ଭଲ ଯାହାକି ସବୁଜାଗାରେ ଉପଲବ୍ଧ ହୁଏ ନାହିଁ ଓ ଏହା ସାତସପନ ସଦୃଶ୍ୟ ।
ତେଣୁ ଉପରୋକ୍ତ ପ୍ରସଙ୍ଗକୁ ମଧ୍ୟ ବିଚାର କୁ ନେବା ଉଚିତ ହେବ, ନଚେତ ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ।ଏଣୁ ଏହାକୁ ଜାରୀ ରଖନ୍ତୁ କିନ୍ତୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ  ଯେମିତି ପାଠପଢା ର ବ୍ୟବସ୍ତା କରାଯାଇପାରିବ ସେହି ବିଷୟରେ ମଧ୍ୟ ଚିନ୍ତା କରାଯାଉ।ଏବେ ଯେମିତି ମହାମାରୀ କମିବାର ନାମ ନେଉନାହିଁ ଓ ବେଳକୁ ବେଳ ବଢିଚାଲିଛି, ବିଦ୍ୟାଳୟ କେବେ  ଖୋଲିବ ଓ ନୂତନ ଶିକ୍ଷା ବର୍ଷ କେବେ ଆରମ୍ଭ ହେବ ଏହା ଏବେ କହିବା ଅସମ୍ଭବ ଅଟେ।
  ଏବେ ପୁଣି ଶୁଣାଯାଉଅଛି  ଯଦିବି ନିକଟ ଭବିଷ୍ୟତରେ  ବିଦ୍ୟାଳୟ ସବୁ ଖୋଲିବାର ନିଷ୍ପତ୍ତି ନିଆଯିବ । ତାହାହେଲେ ବିଦ୍ୟାଳୟ ଖୋଲିବା ପରେ  ଯୁଗ୍ମ ଅଯୁଗ୍ମ କଥା ବିଚାରକୁ ନିଆଯାଉଛି  ତାହାର ମଧ୍ୟ ପ୍ରାସଙ୍ଗିକତା କେତେ ତାହାର ମଧ୍ୟ ବିଚାରକୁ ନେବା ଉଚିତ ହେବ।ସେହିବିଷୟରେ ମଧ୍ୟ ରାଜ୍ୟ ସାରା ଗୋଟାଏ ନିୟମ ନ କରି ଏହାକୁ ଆବଶ୍ୟକ ସ୍ଥଳେ ପୁରା ଛାତ୍ରଛାତ୍ରୀ ଆସିବାପାଇଁ ପ୍ରାବଧାନ ରହିବା ଉଚିତହେବ, କାରଣ ଗ୍ରାମାଞ୍ଚଳ ମାନଙ୍କରେ ବହୁ ଗୋଡ଼ାଏ ବିଦ୍ୟାଳୟ ମାନଙ୍କରେ କମକମ  ପିଲା ଗୋଟାଏ ଶ୍ରେଣୀରେ ରହିଥାନ୍ତି।ତେଣୁ ଏହି ନିୟମକୁ ଜିଲ୍ଳା ସ୍ତରରେ ଆବଶ୍ୟକତାକୁ ଦେଖି ନିର୍ଦ୍ଦେଶାନାମା ଦେବା ଠିକହେବ।ଏହାକୁ ମଧ୍ୟ ସରକାରଙ୍କୁ ଦେଖିବାକୁ ପଡ଼ିବ।
 ଆଉ ଗୋଟାଏ ମୁଖ୍ୟ କଥା ଯଦି ଏବେ ଫୋନ ମାଧ୍ୟମରେ ପାଠ ପଢା ଚାଲୁରଖିବା, ପ୍ରଥମେ ଏହାକୁ କେତେ ଶିକ୍ଷକ ଶିକ୍ଷୟିତ୍ରୀ ଏହି ମାଧ୍ୟମରେ ପାଠ ପଢ଼ାଇବା ପାଇଁ ଅଭିଜ୍ଞ ଅଟନ୍ତି।ତାପର କଥା ହୋଉଛି ଆମ ପିଲା ସବୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ ଶିକ୍ଷା ଗ୍ରହଣବେଳେ ଏହି ସବୁ ଛାତ୍ରଛାତ୍ରୀ ଧରିବାରେ ବହୁ କସରତ କରିବାକୁ ପଡୁଥିଲା।ଏବେ କୋଣସି ତାଲିମ କାର୍ଯ୍ୟକ୍ରମ ବିନା ଛାତ୍ରଛାତ୍ରୀ ଫୋନ ରୁ ଦେଖି ଗ୍ରହଣ କରି ପାରିବେ ଆଶା ଦେଖାଯାଉନି ,ହଁ କିଛି ଛାତ୍ରଛାତ୍ରୀ ଏହାକୁ ନିଶ୍ଚୟ ଗ୍ରହଣ କରିବେ କିନ୍ତୁ ସଂଖ୍ୟାଧିକ ଛାତ୍ର ଛାତ୍ରୀ ବଞ୍ଚିତ ହେବେ ।ଏବେ ଚାରିମାସରୁ ଉର୍ଦ୍ଧ୍ବ ହୋଇସାରିଛି ତ ଆମେ ନିଶ୍ଚୟ କେତେ ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି ଆମ ପାଖରେ ତାର ସଠିକ ହିସାବ ଆସିଯାଇଥିବ।ଆମେ ଯଦି ଠିକ ଭାବରେ ଆକଳନ କରିଥିବା ଏହା  ଶତକଡା ଦଶରୁ କୋଡିଏ ଭାଗରୁ ବେଶି ହେବନାହିଁ।
ତେଣୁ ଉପରୋକ୍ତ ବିଷୟ ସବୁକୁ ଦୃଷ୍ଟି ପୂର୍ବକ  ପାଠ ପଢା କେମିତି ସୂଚାରୁ ରୁପରେ କରାଯାଇପାରିବ  ସେହିଭଳିଆ ବିକଳ୍ପ ପନ୍ଥା  ସରକାର ଅବଲମ୍ବନ ପାଇଁ ସମସ୍ତ ବୁଦ୍ଧିଜୀବି ,ଜନସାଧାରଣ ଆଶାକରନ୍ତି।
Spread the love

Bedbak Baladev

I am am practicing advocate. My place of practice is at District & Senss judge Court, Sonepur. For doing seva work I am doing politics. I am a swayam sevak from my childhood. Now associated with Bharatiya Janata Party. I was the district president, state executive body member of BJP. I was elected as a zilla parisad member in the year 2007. Social Work is my hobby.

Leave a Reply